କବିସୂର୍ଯ୍ୟନଗର: ଚନ୍ଦନପୁର ପଂଚାୟତ ରେ ଭତ୍ତା ବଣ୍ଟନ କଲେ ବିଧାୟକ
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ବେଗୁନିଆପଡା ବ୍ଲକର ବିଭିନ୍ନ ପଂଚାୟତ ଗସ୍ତ କରିବା ସହ ନୂତନ ଭତ୍ତା ବଣ୍ଟନ କରିଥିଲେ । ଚନ୍ଦନପୁର ପଂଚାୟତ ଗସ୍ତ କରି ପଂଚାୟତ ପରିସରରେ ଆଇ ଜି ଏନ ଓ ପି ଓ ମଧୁବାବୁ ପେନସନ ଯୋଜନାରେ 27 ଜଣ ନୂତନ ହିତାଧିକାରୀ ଙ୍କୁ ଦୁଇ ମାସର ଭତ୍ତା ବଣ୍ଟନ କରିଥିଲେ । ଏହି ସମୟରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ, ସରପଞ୍ଚ ନିର୍ମଳା ବେହେରା , ସମିତି ସଭ୍ୟା ପ୍ରଭାସିନୀ ବେହେରା, ସମାଜସେବୀ ସୂର୍ଯ୍ୟ ନାରାୟଣ ବେହେରା, ସମ୍ପୃକ୍ତ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ ।