ଚାରମାଳ: ଚାରମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ମାତୃତ୍ଵ ସେବା ପ୍ରଦାନ ଆରମ୍ଭ
ଚାରମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ମାତୃତ୍ଵ ସେବା ପ୍ରଦାନ ଆରମ୍ଭ ସମ୍ବଲପୁର ଜିଲ୍ଲା ଚାରମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ସକାଳେ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଅଭିଯାନରେ ସୁସ୍ଥ ନାରୀ ସଶକ୍ତ ଅଭିଯାନ ରେ ମାତୃତ୍ଵ ସେବା ପ୍ରଦାନ ଆରମ୍ଭ ହୋଇଯାଇଛି । ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ଅବସରରେ ସାରା ଦେଶରେ ଏହି ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବର୍ଗର ମହିଳାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା । ଏହି ଅଭିଯାନ ଟି ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।