ରିଆମାଳ ବନାଂଚଳ ରେଙ୍ଗାଳବେଡା ଫରେଷ୍ଟ ସେକ୍ସନ ବୁଡିକୁଟୁଣୀ ଗ୍ରାମ ନିକଟରେ 18 ଟିକିଆ ହାତୀପଲ ଉପଦ୍ରବ କରୁଥିବା ଜଣାପଡିଛି । ଆଜି ରାତି ୧୦ ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି । ହାତୀ ପଲରେ ୧ ଟି ଦନ୍ତା ହାତୀ, 8 ଟି ମାଈ ହାତୀ ଏବଂ 9 ଟି ହାତୀ ଶାବକ ରହିଥିବା ଜଣାପଡିଛି ।ହାତୀ ଥିବା ଅଂଚଳରେ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି ।ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପଇଁତରା ମାରିବା ସହିତ ହାତୀର ଗତିବିଧି ଉପରେ ନଜର ରଖିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ବିଶେଷ କରି ହାତୀ ପଲ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ଦୃଷ୍ଟି ଦେଉଥିବା ଜଣାପଡିଛି ।