କବିସୂର୍ଯ୍ୟନଗର: ୟୁରିଆ ସାର ପାଇଁ ସମବାୟ କାର୍ଯ୍ୟାଳୟ ରେ ଚାଷୀ ଙ୍କ ଭିଡ, ପ୍ରତିକ୍ରିୟା ରଖିଲେ ଚାଷୀ # ଜନସମସ୍ୟା
ସାରା ରାଜ୍ୟ ରେ ୟୁରିଆ ସାରର ଅଭାବୀ ବିକ୍ରି ହେଉଥିବା ବେଳେ ସମବାୟ ଓ ଡିଲରଙ୍କୁ ସରକାର ସାର ଯୋଗାଇପାରୁ ନ ଥିବା ଦେଖିବାକୁ ମିଳୁଛି । ବେଗୁନିଆପଡା ବ୍ଲକ କେ. ବରିଡା ସେବା ସମବାୟ ସମିତିରେ ଚାଷୀ ଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସହ ସହ ଚାଷୀ ଆଧାର କାର୍ଡ ଧରି ଅପେକ୍ଷା କରିଥିଲେ । ଚାଷୀ ଙ୍କ ଅଭିଯୋଗ ହେଲା ସେମାନଙ୍କୁ ସାର ମିଳୁ ନ ଥିବା ବେଳେ ସମବାୟ ସମିତି ସାର ଆଣି ବାହାରେ ବିକ୍ରି କରୁଛନ୍ତି। ଏ ସମ୍ପର୍କ ରେ କେ. ବରିଡା ସମବାୟ ସମିତି ର ଭାରପ୍ରାପ୍ତ ସମ୍ପାଦକ ସୁକୁଟା ଗୌଡ଼ ଙ୍କ ସହ ଯୋଗାଯୋଗ ରେ ସେ କହିଲେ। ଆଗରୁ ଚାଷୀଙ୍କୁ ସାର ଦିଆଯାଇଛି, ଆଜି ଵି ଦିଆଯିବା ।