ବରଗଡ: ୱାର୍ଡ଼ ନମ୍ବର 19 ରେଲୱେ ଷ୍ଟେସନ ରାସ୍ତାରେ ପ୍ରକୃତିପ୍ରେମୀ ସାମାଜିକ ସଂଗଠନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ବରଗଡ଼ ବିଧାୟକ
ବରଗଡ଼ ସହରର ୱାର୍ଡ଼ ନଂ ୧୯ ରେଲୱେ ଷ୍ଟେସନ୍ ରାସ୍ତାରେ ପ୍ରକୃତି ପ୍ରେମୀ ସାମାଜିକ ସଂଗଠନ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବୁଧବାର ଅପରାହ୍ନ 4 ଘଣ୍ଟା ସମୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ବୃକ୍ଷ ରୋପଣ କରିବା ସହ ଗୋଟିଏ ବୃକ୍ଷ ମା ପାଈଁ ବାର୍ତ୍ତା ଦେଇଥିଲେ | ଏହି ଅବସରରେ ସଂଘଠନର ସଦସ୍ୟ ମାନେ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଯତ୍ନ ନେବା ପାଈଁ ଆହ୍ୱାନ କରିଥିଲେ |