ଆନନ୍ଦପୁର: ଡ଼ଙ୍କୁରି ନିକଟରେ ଓଲଟିଲା ଟ୍ରାକ୍ଟର, ଅଳ୍ପକେ ବର୍ତିଲେ ଚାଳକ
ଅଣା ସମଣା ରାସ୍ତାର ଡ଼ଙ୍କୁରି ନିକଟରେ ଆଜି ଦିନ ତିନିଟା ବେଳେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡିଥିଲା, ଟ୍ରାକ୍ଟରଟି ଯାଉଥିବା ସମୟରେ ଏହାର ଆଗ ଚକ ଏକସିଲ ଭାଙ୍ଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହାର ଚାଳକ ଜଣକ ଟ୍ରାକ୍ଟର ରୁ ଡେଇଁପଡି ଅଳ୍ପକେ ବର୍ତି ଯାଇଥିଲେ।