ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଧାରଣା ଦେବ ଏନେଇ ଭୁବନେଶ୍ୱର 6ନଂ ଠାରେ ବିଜେଡି ମୁଖପାତ୍ର
ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରେସମିଟ
ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ ଅପରାଧ ସୀମା ସରହଦ ଉଲ୍ଲଙ୍ଘନ ହୋଇଛି । ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଗତ ୧୪ ମାସର ବିଜେପି ଶାସନରେ, ସମସ୍ତ ବର୍ଗର ବ୍ୟକ୍ତି ମାନଙ୍କ ଭିତରୁ, ମହିଳା ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ସରକାର ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟର ସମସ୍ତ ଲଭର୍ସ ପଏଣ୍ଟରେ ସୁରକ୍ଷା ପ୍ରଦାନ ପାଇଁ ଘୋଷଣା କରିଥିଲେ ।