ଚମ୍ପୁଆ: ବଡବିଲ ଟାଉନହଲରେ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବଡବିଲ ଟାଉନହଲ ଠାରେ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବଡବିଲ ଏସଡିପିଓ, ସଂଘର ପ୍ରାନ୍ତ ପ୍ରଚାରକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶତାଧିକ ଯୁବବର୍ଗ ଓ ସ୍ଵୟଂ ସେବକ ଯୋଗ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହା ଆରମ୍ଭ ହୋଇଥିବା ବେଳେ ଅତିଥି ମାନେ ନିଜ ଅଭିଭାଷଣ ରଖି ଦେଶ ଓ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବାକୁ ଯୁବକଙ୍କୁ ଉତ୍ସାହିତ କରିଥିଲେ।