ଜୁଜୁମୁରା: ବଡସାହିର ଗ୍ରାମରେ ହାତୀ ଉପଦ୍ରବ , ବ୍ୟାପକ ପନିପରିବା ଚାଷ ନଷ୍ଟ
ବଡସାହିର ଗ୍ରାମରେ ହାତୀ ଉପଦ୍ରବ , ବ୍ୟାପକ ପନିପରିବା ଚାଷ ନଷ୍ଟ ଜୁଜୁମୁରା ବ୍ଳକ ଅନ୍ତର୍ଗତ ଘେନୁପାଲି ପଞ୍ଚାୟତର ବଡ଼ସାହି ର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀ ଉପଦ୍ରବ ରେ ବ୍ୟାପକ ପନିପରିବା ସହ କଦଳୀ ଗଛ ନଷ୍ଟ ହୋଇଛି । ଗ୍ରାମରେ ଅଶୋକ କୁମାର ଷଡ଼ଙ୍ଗୀ ଙ୍କ ବଗିଚା ରେ ୨ ଟି ହାତୀ ଉପଦ୍ରବ କରିଛନ୍ତି । ଫଳରେ ପନିପରିବା ଓ କଦଳୀ ଗଛ ନଷ୍ଟ ହୋଇଛି । ତେଣୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ଅଶୋକ କୁମାର ଷଡ଼ଙ୍ଗୀ ଦାବି କରିଛନ୍ତି ।