କବିସୂର୍ଯ୍ୟନଗର: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କବିସୂର୍ଯ୍ୟନଗର ଠାରେ ଦୁଇ ଦିନ ବ୍ୟାପି ଚାଲିଥିବା ୩୩ତମ କ୍ରୀଡା ଉତ୍ସବ ର ଉଦଯାପନୀ ଦିବସ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ଦୁଇ ଦିନ ବ୍ୟାପି ଚାଲିଥିବା ୩୩ତମ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ପାଇକଯମୁନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀ ଦାମୋଦର ପ୍ରଧାନ ଦୀପ ପ୍ରଜ୍ଜ୍ୱଳନ କରିବା ସହିତ କ୍ରୀଡ଼ାର ନିୟମ ତଥା ଶପଥ ପାଠ କରାଇଥିଲେ ଓ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ର ସଭାପତି ଶ୍ରୀ ବିଶ୍ଵନାଥ ସ୍ୱାଇଁ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।