କବିସୂର୍ଯ୍ୟନଗର: ବାଲିବଣ ସ୍ଥିତ ସନିଦେବ ଙ୍କ ମନ୍ଦିର ପରିସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ଆସନ୍ତା 2026 ମସିହାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବୁରୁଝରୀ, ବଡ ଖଇରଖମା, ଏସ. ଛଚିନା ପଂଚାୟତ ର ସଙ୍ଗମ ସ୍ଥଳରେ ଥିବା ବାଲିବଣ ସ୍ଥିତ ଶ୍ରୀ ଶ୍ରୀ ସନିଦେବ ମନ୍ଦିର ପରିସରରେ ବିଶ୍ଵଶାନ୍ତି ମହା ଯଜ୍ଞ ହେବା ପାଇଁ ଶନିବାର ଦିନ ଉକ୍ତ ସ୍ଥାନରେ ଏକ ପ୍ରସ୍ତୁତି ବୈଠକ ସଭାପତି ଶରତ ଚନ୍ଦ୍ର ପାଣ୍ଡି ଓ ସମ୍ପାଦକ ନାରାୟଣ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ତିନି ପଂଚାୟତ ସହ ସୁମଣ୍ଡଳ ଓ ଚନ୍ଦନପୁର ପଂଚାୟତର ଅନେକ ବୁଦ୍ଧିଜିବି, ଜନପ୍ରତିନିଧି ଓ ଧର୍ମ ପରାୟଣ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଆଜିର ବୈଠକ ଆସନ୍ତା ବର୍ଷ ମହା ଯଜ୍ଞ ହେବାପାଇଁ ସ୍ଥିର ହୋଇଥିଲା।