ବରଗଡ: କାରଖାନାର ପାଉଁଶ ଜମିରେ ପକାଯାଉଥିବା ଅଭିଯୋଗ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଥୁଆପାଲି ଗ୍ରାମବାସୀ
ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଥୁଆପାଲି ଗ୍ରାମବାସୀ | ବୁଧବାର ଅପରାହ୍ନ 3 ଘଣ୍ଟା ସମୟରେ ଭେଡେନ ବ୍ଲକ ଥୁଆପାଲି ଗ୍ରାମବାସୀ ଗ୍ରାମର ଜମିରେ କାରଖାନା ର ପାଉଁସ ପକାଯାଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନା ଅନୁସାରେ ଗ୍ରାମର ଜମିରେ 30 ରୁ 40 ଫୁଟ ଗାତ ଖୋଲି ସେ ଭିତରେ କାରଖାନାର ପାଉଁଶ ପକାଯାଇ ପୋତାଯାଉଛି | ଯାହାଦ୍ୱାରା ବହୁ ସମୟରେ ପାଉଁଶ ଗୁଣ୍ଡ ଉଡି ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ | ଏବଂ କୂଅ ଓ ବନ୍ଧ ମାନଙ୍କରେ ଏହି ସବୁ ପଡୁଥିବା ବେଳେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି |