କେନ୍ଦୁଝର ସହର: ଲୁହାପଥର ଚୋରାଚାଲାଣ ବେଳେ ପିଢ଼ପୋଖରୀ ଜଙ୍ଗଲ ନିକଟରୁ ୨ ଲୁହାପଥର ବୋଝେଇ ହାଇୱା, ଜେଶିବି ଓ ବାଇକ ଜବତ ସହ ୪ ଗିରଫ
ଯୋଡ଼ା ଖଣି ମଣ୍ଡଳ ତଥା ବାମେବାରି ଥାନା ଅନ୍ତର୍ଗତ ପିଢ଼ପୋଖରୀ ଜଙ୍ଗଲ ନିକଟରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ବାମେବାରୀ ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢାଉ ସମୟରେ ୨ଟି ଚୋରା ଲୁହାପଥର ବୋଝେଇ ହାଇୱା, ଏକ ଜେସିବି ସହ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ୪ ଜଣକୁ ଗିରଫ କରିଛି ପୋଲିସ l