ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ଆସନ୍ତା ଦୂର୍ଗା ପୂଜା,ରାବଣ ପୋଡି ଓ ଭସାଣି ଓ ଭସାଣି ଉତ୍ସବ ପାଇଁ ଶାନ୍ତି କମିଟି ବୈଠକ
ଶାରଦୀୟ ଦୂର୍ଗାପୂଜା,ରାବଣ ପୋଡି ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଏବଂ ଶାନ୍ତି କମିଟି ବୈଠକ ଆଜି ସ୍ଥାନୀୟ ଅପରାହ୍ନ ୫ଟାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦର ବିଧାୟକ ମାନସ କୁମାର ଦତ୍ତ,ଡିଆଇଜି ପିନାକ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ,ଉପଜିଲ୍ଲାପାଳ ଶିବ ମାଲବ୍ୟ,ନୀଳଗିରି ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ,ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଆଡିସିନାଲ ଏସପି ନିରଞ୍ଜନ ବେହେରା,ଚିତ୍ତରଞ୍ଜନ ପଣ୍ଡା, ଆଡିସିନାଲ ଏସପି ଦେବଜ୍ୟୋତି ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।