ଚମ୍ପୁଆ: ସୋୟାବାଲି,ଠାକୁରାଣୀ ଓ ଡର୍ବିଛକ ଅଞ୍ଚଳରେ ଅବକାରୀ ଚଢାଉ, ୩୨୦ ଲିଟର ମଦ, ଏକ ବାଇକ ଜବତ ସହ ୬ ଗିରଫ
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଥାନା ଅନ୍ତର୍ଗତ ସୋୟାବାଲି,ଠାକୁରାଣୀ ଓ ଡର୍ବିଛକ ଅଞ୍ଚଳରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୩୨୦ ଲିଟର ମଦ, ଏକ ବାଇକ ଜବତ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରା ଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।