କଙ୍କିଳି ପଞ୍ଚାୟତ ଅନ୍ତର୍ଗତ କଟାନାଳୀ ଗ୍ରାମର ୫୫ ବର୍ଷୀୟା ବାସନ୍ତି ଖଟୁଆ ସବୁଦିନ ପରି ମଙ୍ଗଳବାର ମଦ୍ଧ୍ୟାହ୍ନ ୧.୩୦ ମିନିଟ ସମୟରେ ନିଜ ସ୍ୱାମୀ ମାଧବ କ୍ଯାଟୁଆଙ୍କ ସହ ଆଜି କଙ୍କିଳି ଗ୍ରାମ ମହୁଲବୁରୀ ଠାରେ ଛେଳି ଚରାଉ ଥିବାବେଳେ ହଠାତ ଏକ ଜଙ୍ଗଲୀ ଦନ୍ତାହାତୀ ଆସି ବାସନ୍ତି ଖଟୁଆଙ୍କୁ ଆତର୍କିତ ଆକ୍ରମଣ କରି ଜୀବନରେ ମାରିଦେଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ତାଳଚେର ବନ ବିଭାଗ ଏବଂ ସଦର ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।