ହିଞ୍ଜିଳି: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ପଞ୍ଚାୟତ ସ୍ଥିତ ଆଲପୁର ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ବ୍ଲକ୍ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଅନୁଷ୍ଠିତ
Hinjili, Ganjam | Nov 26, 2025 ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ପଞ୍ଚାୟତ ସ୍ଥିତ ଆଲପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବୁଧବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ ହୋଇଯାଇଛି ।ଏହି ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଆଳପୂର୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ , ହିଞ୍ଜିଳିକାଟୁ ଷ୍ଟାଡିୟମ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ ଠାରେ ତା ୨୬/୧୧/୨୦୨୫ ଠାରୁ ୨୯/୧୧/୨୦୨୫ ପର୍ୟ୍ୟନ୍ତ ହେବାକୁ ଯାଉଛି ।