ଜଳେଶ୍ବର: ବେଆଇନ ବାଲି ବୋଝେଇ ଦୁଇଟି ଟ୍ରାକ୍ଟର ଜବତ, ସରଡିହା ଓ ମାଣିକପୁରା ନିକଟରେ ଜବତ କଲେ ଖଣି ଅଧିକାରୀ
ଆଜି ବାଲେଶ୍ୱର ଜିଲ୍ଲା ସିଂଲା ଓ ଜଳେଶ୍ୱର ଥାନା ଅନ୍ତର୍ଗତ ସରଡିହା ଓ ମାଣିକ ପୁରା ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ ଖଣି ବିଭାଗ କାବୁ କରି ପୁଲିସକୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀରୁ ଦୁଇଟି ବାଲି ବୋଝେଇ କରି ଯାଉଥିବା ବେଳେ ସରଡିହା ଓ ମାଣିକପୁରା ନିକଟରୁ ଜଳେଶ୍ବର କନିଷ୍ଠ ଖଣି ଅଧିକାରୀ ତାପସ ବେହେରା ଅତର୍କିତ ଭାବରେ ଚଢାଉ କରି ଦୁଇଟି ଟ୍ରାକ୍ଟର କୁ କାବୁ କରିଥିଲେ। ଉକ୍ତ ଚାଳକ ଦ୍ବୟ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଦୁଇଟି ଟ୍ରାକ୍ଟର କୁ ପୁଲିସକୁ ହସ୍ତାନ୍ତର ହୋଇଛି।