ଜଗତସିଂହପୁର: ପୁନଙ୍ଗ ଛକ ଓ କନିଅରୀ ପୋଖରୀ ନିକଟରୁ ଦୁଇଟି ବିଷାକ୍ତ ନାଗସାପ ଉଦ୍ଧାର
ପୁନଙ୍ଗ ଛକ ଓ କନିଅରୀ ପୋଖରୀ ନିକଟରୁ ଦୁଇଟି ବିଷାକ୍ତ ନାଗସାପ ଉଦ୍ଧାର । ଆଜି ସକାଳ ୮ ଟାରୁ ୯ ଟା ସମୟ ମଧ୍ୟରେ ପୁନଙ୍ଗ ଛକରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଓ କନିଅରୀ ପୋଖରୀ ନିକଟରୁ ଦୁଇଟି ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ସାପଧରାଳି ବନବିହାରି ଦାସଙ୍କୁ ଖବର ଦେଲାପରେ ବନବିହାରି ଦାସ ସେଠାରେ ପହଞ୍ଚି ବିଷାକ୍ତ ନାଗସାପ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଦେଖିବାକୁ ମିଳିଛି