କବିସୂର୍ଯ୍ୟନଗର: ଗୁଡ଼ିଆଳି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଗସ୍ତ କଲେ ସାଂସଦ ଓ ବିଧାୟକ
ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ଓ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ କବିସୂର୍ଯ୍ୟନଗର ବ୍ଲକ ଗୁଡ଼ିଆଳି ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଗସ୍ତ କରିଛନ୍ତି । ଏହି ସମୟରେ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କ ଠିକ ଭାବେ ଖାଦ୍ୟପେୟ ମିଳୁଛି ନା ନାହିଁ , କେଉଁ ଦିନ କଣ ଖାଇବାକୁ ଦିଆଯାଉଛି, ପାଠ ପଢା କେତେ ସମୟ ପଢା ଯାଉଛି ଆଦି ବିଷୟରେ ପଚାରି ବୁଝି ଥିଲେ । ସେହିପରି ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ପରିଷ୍କାର ପରିଶ୍ଚନ, ଛାତ୍ରୀଙ୍କ ଶୟନ କକ୍ଷ, ପୋଷାକ ପତ୍ର ବିଷୟରେ ବୁଝିଥିଲେ ।