ଢେଙ୍କାନାଳ ଜିଲ୍ଲାରେ TPCODLର ମନମୁଖି କାର୍ଯ୍ୟରେ ଜିଲ୍ଲାବାସୀ ଅତିଷ୍ଠ ହୋଇ ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନ ପାଇଁ ଆଗଭର ହୋଇଛନ୍ତି l ଏହି ସମୟରେ ଜିଲ୍ଲା ଓକିଲ ସଂଘ ଏହାର ମଙ୍ଗ ଧରିଥିବାବେଳେ TPCODLର ଆନ୍ଦୋଳନକୁ ନେଇ ପୋଲିସ ଓ ଜିଲ୍ଲା ଓକିଲ ସଂଘ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏଥିପାଇଁ ପୋଲିସ ପକ୍ଷରୁ କିଛି ପଦକ୍ଷପ ଯୋଗୁଁ ଓକିଲ ସଂଘ ତାତି ଉଠିଥିଲେ । ଆଇଜିଙ୍କ ମଧ୍ୟସ୍ତତାରେ ଏହାର ସମାଧାନ ହୋଇଛି । ଏଥିପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ମଧ୍ୟାହ୍ନ ୧୨ଟାରେ ଏସପିଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଆଲୋଚନା ହୋଇଥିଲା । ଯାହାର ସମାଧାନ ହୋଇଯାଇଛି ବୋଲି ଏସପି ଏବଂ ଜିଲ୍ଲା ଓ