ତଲସରା: ଘରେ ପଶି ଆସବାବପତ୍ର ସହ ଖପର ଆଜବେଷ୍ଟସ ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ମାଙ୍କଡ଼ ପଲ ଗ୍ରାମବାସୀ ଅତିଷ୍ଠ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରୀ ଗ୍ରାମ ପଞ୍ଚାୟତର ମହାବୀର ପାହାଡ଼ ତଳ ଜଙ୍ଗଲରେ ରହିଥିବା ମାଙ୍କଡ଼ ପଲ କୁରେଇବଗା ଗ୍ରାମ ରେ ଉପଦ୍ରବ କରୁଛନ୍ତି।ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ଅତିଷ୍ଠ ହୋଇଥିବା ପ୍ରକାଶ କରିଛନ୍ତି। ଏହି ମାଙ୍କଡ଼ ପଲ ଗ୍ରାମ ରେ ପଶି ପନିପରିବା ଫସଲ ନଷ୍ଟ କରିବା ସହ ଘର ର ଖପର ଓ ଆଜବେଷ୍ଟସ ଭାଙ୍ଗିବା ଅଭିଯୋଗ ହୋଇଛି। ଏହି ବିଷୟରେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ହୋଇଛି।