କେନ୍ଦୁଝର ସହର: ଦରଖୋଳା ନିକଟରେ ଟ୍ରକ କୁ ଧକ୍କା ଦେଲା ଟ୍ରକ୍ ଗାଡି ଚାଳକ ମୃତ
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ପଛରେ ଧକ୍କା ଦେଲା ଟ୍ରକ୍, ଚାପି ହୋଇ ରହିଲା ଡ୍ରାଇଭର, ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ର ପରିଶ୍ରମ ପରେ ଚାପି ହୋଇ ରହିଥିବା ଗାଡି ଚାଳକକୁ କଟର ସାହାଯ୍ୟରେ କାଟି ବାହାର କରିଥିଲେI