ସୋର ଅବକାରୀ ବିଭାଗ ତରଫରୁ ମହୁମୁହାଣ ପଞ୍ଚାୟତରେ ଚଢ଼ାଉ କରି ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ମହୁମୁହାଣ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଚଢ଼ାଉ କରି ସମ୍ଭୁନାଥ ମୁଦୁଲି ନିକଟରୁ ୪୫ ଲିଟର ଏବଂ ପଞ୍ଚାନନ ଦେହୁରୀ ନିକଟରୁ ୩୫ ଲିଟର ଦେଶୀମଦ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ। ସୋର ମେଡ଼ି କାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଚଢ଼ାଉରେ ଏଏସଆଇ ବସନ୍ତ ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ ଏବଂ ମିନତୀ ପରିଡା ସାମିଲ ଥିଲେ।