ସୁନ୍ଦରଗଡ ସହର: TPWODL ରେ SGIT ସଂସ୍ଥା ଦ୍ବାରା ଆଉଟ୍ ସୋର୍ସିଂ ଭାବେ କାର୍ଯ୍ଯ କରିଥିବା ଶତାଧିକ କର୍ମଚାରୀ ବିଭିନ୍ନ ଦାବୀ ନେଇ SGIT କାର୍ଯ୍ୟାଳୟ ଘେରାଉ
ଆଜି ନଭେମ୍ୱର 11 ତାରିଖ ମଙ୍ଗଳବାର ଅପରାହ୍ନ 3 ଟାରେ ଏହି କର୍ମଚାରୀ ମାନେ ଆଉଟ ସୋର୍ସିଙ୍ଗ ନିଯୁକ୍ତି ଦାତା ସଂସ୍ଥା SGIT କାର୍ଯ୍ୟାଳୟକୁ ଘେରାଉ କରିବା ସହ ଏକ ଦାବୀ ପତ୍ର ତାଙ୍କ ସଂଯୋଜକଙ୍କୁ ଧରାଇ ଛନ୍ତି। ତେବେ ଏମାନେ ଶଙ୍କରା ରିଜର୍ଭ ଗ୍ରାଉଣ୍ଡ ରୁ ଏକ ଦାବୀ ଶୋଭାଯାତ୍ରାରେ ବାହାରି ଶଙ୍କରା ରୋହିଦାସ ପଡ଼ାରେ ଥିବା SGIT ସଂସ୍ଥାରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେବା ସହ ଦାବୀ ପତ୍ର ଧରାଇ ଛନ୍ତି। ସେମାନଙ୍କ ପ୍ରମୁଖ ଦାବୀ ଗୁଡ଼ିକ ହେଲା - ନିୟମିତ ଦରମା ପ୍ରଦାନ ,ଦରମା ତାରିଖ 1 - 5 ତାରିଖ ମଧ୍ୟରେ ସ୍ଥିର କରିବା , ଫୁଏଲ ପାଇଁ ମିଳୁଥିବା ଟଙ୍କା 2500 କୁ ବୃଦ୍ଧି କରିବା