ପାଳଲହଡା କଲେଜ ସମ୍ମୁଖରେ ରବିବାର ଅପରାହ୍ନ ୪ ଘଟିକା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ମାଲ୍ୟଗିରି କଲେଜ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ କଲେଜ କାମ ସାରି ବାଇକରେ ଘରକୁ ଯାଉଥିବା ବେଳେ 49 ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତ ଗାମି ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଅଧ୍ୟାପକଙ୍କ ଉପରେ ଟ୍ରକ ଚଢି ଯାଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ପାଳଲହଡ଼ା ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ଡାକ୍ତର ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।