ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ବ୍ଲଡ଼ ବ୍ୟାଙ୍କରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ବୁର୍ଲା ବ୍ଲଡ଼ ବ୍ୟାଙ୍କ ରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ରାମ ମୋହନ ବାଗଙ୍କ ସ୍ମୃତିରେ ତାଙ୍କ ପରିବାର ବର୍ଗ ଏହି ରକ୍ତଦାନ ଶିବିର ଆୟୋଜନ କରିଥିଲେ l ବୁର୍ଲା ମେଡିକାଲ ରେ ରକ୍ତର ଅଭାବ କୁ ଦେଖି ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଶିବିର ସକାଳ 9 ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l