କବିସୂର୍ଯ୍ୟନଗର: କୋଦଳା ରେମା ମହା ଲଷ୍ମୀ ଙ୍କ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ।
କୋଦଳା ଏନ ଏ ସି ଅନ୍ତର୍ଗତ ଖଡୁରା ସାହି ରେ ଏକ କୁଣ୍ଡିୟ ବିଶ୍ୱକଲ୍ୟାଣ ଯଜ୍ଞ ପାଇଁ କଳସ ଯାତ୍ରା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀରେ ପୂଜା ଅର୍ଚନା ପରେ ଶତାଧିକ ମହିଳା କଳସ ଧରି ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳକୁ ଯାଇଥିଲେ । ମା ମହାଲକ୍ଷ୍ମୀଙ୍କ ଦିବ୍ୟ ପୂଜା ଅର୍ଚନା ଶକ୍ତିପଲ୍ଲବୋକ୍ତ ଅଷ୍ଟଲକ୍ଷ୍ମୀ ପୂଜାର୍ଚନା, ସୂର୍ଯ୍ୟ ପୂଜା, ଗୋପୂଜା ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ କୁଙ୍କୁମାର୍ଜନ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ଚାରି ତାରିଖ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।