Date -19/11/25 Place - ଉମରକୋଟ ଗତ ୩ଦିନ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତି ଙ୍କର ମୃତ ଦେହ ଉଦ୍ଧାର କରିଛି ଉମରକୋଟ ଅଗ୍ନିଶମ ବିଭାଗ। ସୂଚନା ଅନୁଯାୟୀ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡା ଗ୍ରାମର କୃଷ୍ଣ ଭତ୍ରା (୪୦) ନିଜ ଜମିକୁ ଯାଇଥିବା ବେଳେ ଜମି ନିକଟରେ ଥିବା ଏକ ପୋଖରୀରେ ବୁଡ଼ିଯାଇଥିଲେ। ଦୀର୍ଘ ତିନି ଦିନ ଧରି ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୃଷ୍ଣ ଙ୍କର କୌଣସି ଖବର ନ ପାଇବାରୁ ଆଜି ପରିବାର ଲୋକେ ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଅଗ୍ନିଶମ ବିଭାଗ କୃଷ୍ଣ ଙ୍କ ମୃତ ଦେହ ଜମି ନିକଟସ୍ଥ ପୋଖରୀ ରୁ ଉଦ୍ଧାର କରିଛନ୍ତି।