ଲାଞ୍ଜିଗଡ: ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପ ନିକଟସ୍ଥ ଜଗନ୍ନାଥପୁରରୁ ବାଇକ୍ ଚୋରି ଭାଇରାଲ ହେଉଛି CCTV ରେ କଏଦ ଦୃଶ୍ୟ
ଗତ ବିଳମ୍ବିତ ରାତ୍ରିରେ ଲାଞ୍ଜିଗଡ଼ ପୁଲିସ ଥାନା ଅଧିନସ୍ଥ ବେଦାନ୍ତ ଟାଉନସିପ ନିକଟସ୍ଥ ଜଗନ୍ନାଥପୁରରୁ ଜନୈକ ବ୍ୟକ୍ତିଙ୍କ ଘରରୁ ଏକ ବାଇକ୍ ଚୋରି ହେଇଛି। ଏ ଚୋରି ଘଟଣା ନେଇ ମଙ୍ଗଳବାର ସମ୍ପୃକ୍ତ ବ୍ୟକ୍ତି ଲାଞ୍ଜିଗଡ଼ ପୁଲିସ ଥାନାରେ ମୌଖିକ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଅଞ୍ଚଳରେ ଲାଗିଥିବା CCTV ରେ କଏଦ ହେଇଥିବା ଦୃଶ୍ୟ ମୋବାଇଲ ରୁ ମୋବାଇଲ ଘୁରିବୁଲି ଭାଇରାଲ ହେବାରେ ଲାଗିଛି।