ତଲସରା: ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ସକ୍ଷମ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ନର୍ସିଂ କଲେଜ ପ୍ରାଙ୍ଗଣରେ ଆଜି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ଆନୁକୁଲ୍ୟରେ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ସକ୍ଷମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ, ତହସିଲଦାର ଝରଣା ପ୍ରଧାନ, ଆଇଆଇସି ବାଲୁଙ୍କେଶ୍ବର ନାଏକ, ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରହିଥିବା ଭିନ୍ନକ୍ଷମ ମାନେ ଅଂଶଗ୍ରହଣ କରିଥିଲେ।