ସୁକିନ୍ଦା: ଅତ୍ତା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ଯୁବକ ଆହତ
Sukinda, Jajpur | Sep 16, 2025 ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଅତ୍ତା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ଯୁବକ ଆହତ । ସୂଚନା ମୁତାବକ ଅତ୍ତା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ସ୍ଥାନୀୟ ବାସିନ୍ଦା ଯୁବକ ପ୍ରଶ୍ନ ସେଠି ଆହତ ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।