ଜୁଜୁମୁରା: ହୀରୋ ଗ୍ରାମରେ ବାଇକ କୁ ଧକ୍କା ଦେଲା ଥାର , ବାଇକ ଚଳାକ ମୃତ
ହୀରୋ ଗ୍ରାମରେ ବାଇକ କୁ ଧକ୍କା ଦେଲା ଥାର , ବାଇକ ଚଳାକ ମୃତ ସମ୍ବଲପୁର ଜିଲ୍ଲା ସମ୍ବଲପୁର କିସିଣ୍ଡା ରାସ୍ତାର ହିରୋ ଗ୍ରାମରେ ରବିବାର ଅପରାହ୍ନରେ ଥାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଜଣକ ନୁଆ ବରଙ୍ଗାମାଲ ପଞ୍ଚାୟତ ଖଇରମାଲ ବଡ଼ମାଳ ଗ୍ରାମର ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଶାଶୁ ଘର ହିରୋ ଗ୍ରାମ କୁ ଆସି ନିଜ ଗାଁ ବଡ଼ମାଳ ଗ୍ରାମକୁ ଫେରୁଥିଲେ ହେଲେ ପଡିଆବାହାଲ ନିକଟ ହିରୋ ଗାଁ ମୁଣ୍ଡରେ ଏକ ମେଘପାଲ ଗ୍ରାମରୁ ସମ୍ବଲପୁର ଯାଉଥିବା ଏକ ଥାର ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।