ଖଲ୍ଲିକୋଟ୍: ଦେବିଝର ଡ୍ୟାମ୍ ପରିସରରେ ଏକ ପେଡ ମା' କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ସଚିବ...
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତ ରେ ଥିବା ଦେବିଝର ଡ୍ୟାମ୍ ପରିସରରେ ଆଜି ଦିନ ସାଢ଼େ ୨ ଟା ସମୟରେ ଏକ ପେଡ ମା' କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଶ୍ରୀ ଗିରିଶ ଏସ.ଏନ୍ ଓ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନ୍ ଯୋଗଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସଚିବ ଶ୍ରୀ ଗିରିଶ ଦେବିଝର ଡ୍ୟାମ୍ ଓ ବନ ସୁରକ୍ଷା ଗୃହ ବୁଲି ଦେଖିଥିଲେ ।