ଖଲ୍ଲିକୋଟ୍: ଚିକିଲି ବାଉଁଶିଆ ଗ୍ରାମ ରେ ଜ୍ବାଇଁ ର ଉନ୍ମତ୍ତ କାଣ୍ଡ; ଶଶୁର ଘରେ ଜ୍ବାଇଁ ନିଆଁ ଲଗାଇ ଦେଇଥିବା ଅଭିଯୋଗ, ଜଳିଗଲା ଚାଳ ଛପର ଘର
ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ବାଉଁଶିଆ ଗ୍ରାମ ରେ ଶଶୁର ଘରେ ଜ୍ବାଇଁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ନିଆଁ ରେ ଚାଳ ଛପର ଗୋଟିଏ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ବାଉଁଶିଆ ଗ୍ରାମର ଲକ୍ଷ୍ମଣ ଦାସ ଓ ତାଙ୍କ ଜ୍ବାଇଁ ଦେବେନ୍ଦ୍ର ଦାସଙ୍କ ମଧ୍ୟରେ ଆଜି ସନ୍ଧ୍ୟା ୫ ଟା ସମୟରେ କୌଣସି ଏକ କାରଣ କୁ ଝଗଡ଼ା ହୋଇଥିଲା । ପରେ ଜ୍ବାଇଁ ରାଗି ଯାଇ ଶଶୁର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଘରେ ଥିବା ବିଭିନ୍ନ ଆସବାବ ପତ୍ର ସହ ଗୋଟିଏ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି ।