କଟକ ପୌରାଞ୍ଚଳ: ଗଣେଶ ପ୍ରତିମା଼ ବିସର୍ଜନ ପାଇଁ ଯାଉଥିବା ବେଳେ ଦୁଇଗୋଷ୍ଠୀ ମାରପିଟ୍ ଘଟଣାରେ ମଙ୍ଗଳବାର ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ
ବିଡ଼ାନାସୀର ଏକ କ୍ଲବର ଗଣେଶ ପ୍ରତିମା଼ ବିସର୍ଜନ ପାଇଁ ଯାଉଥିବା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ସହିତ ମାରପିଟ୍ ହୋଇଛନ୍ତି। ଏହି ଘଟଣାରେ ବିଡ଼ାନାସୀ ଥାନା ତୁଳସୀପୁରର ବାଉରିସାହି ଗଳିର ଭାରତ ଚନ୍ଦ୍ର ବେହେରା(୫୬)ଙ୍କୁକ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ମଙ୍ଗଳବାର ସନ୍ଧ୍ୟା ୬ ଟାରେ କୋର୍ଟଚାଲାଣ କରାଯାଉଛି।