ସୁନ୍ଦରଗଡ ସହର: ବୀରମିତ୍ରପୁର ପୋଲିସର ରାତି ତମାମ ନାଇଟ ବ୍ଲକିଂ ହୋଇଥିବା ବେଳେ ଏବେବି ଜାତୀୟ ରାଜପଥରେ ଯାଞ୍ଚ ଜାରି
ଗତକାଲି ଦିଲ୍ଲୀ ଲାଲ କିଲ୍ଲା ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ଜିଲ୍ଳା ପୋଲିସ ଦ୍ବାରା ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନ ସହ ଜିଲ୍ଳାର ସମସ୍ତ ଜନ ଗହଳି ପୂର୍ଣ୍ଣ ଅଞ୍ଚଳ, ଜିଲ୍ଲାକୁ ପ୍ରବେଶ ଓ ଜିଲ୍ଲାରୁ ପ୍ରସ୍ଥାନ କରୁଥିବା ସମସ୍ତ ରାସ୍ତାରେ ଗତକାଲି ରାତି 10 ଟା ରୁ ନାଇଟ ବ୍ଳକିଂ ହୋଇଥିବା ବେଳେ ଆଜି ବି କେତେକ ସ୍ଥାନରେ ଅତି କଡ଼ା ସୁରକ୍ଷାରେ ଯାନ ବାହାନ ଯାଞ୍ଚ ଚାଲୁ ରହିଛି। ସେହି କ୍ରମରେ ଗତ ରାତିରୁ ବୀରମିତ୍ରପୁର ପୋଲିସର ତରଫରୁ ମୁଖ୍ୟ ରାସ୍ତା ଓ ଜିଲ୍ଲାକୁ ପ୍ରବେଶ କରୁଥିବା ଜାତୀୟ ରାଜପଥ ବ୍ଲକିଂ କରାଯାଇ ଏବେ