Dt.୨୦.୧୧.୨୦୨୫ Place. ଉମରକୋଟ ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଜିଲ୍ଲାର ସମସ୍ତ ଅଞ୍ଚଳର ଆଦିବାସୀ ପରମ୍ପରା ଓ ସଂସ୍କୃତି କୁ ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏ ସକାଶେ ଜିଲ୍ଲା ରେ ମଣ୍ଡେଇ ଉତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୧ ଘଟିକା ସମୟରେ ପଞ୍ଚାୟତ ସମିତି, ଉମରକୋଟର ସମ୍ମିଳନୀ କକ୍ଷରେ ମଣ୍ଡେଇ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।