ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ -୪୯ ଗାନ୍ଧୀଛକ ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି
ଝାରସୁଗୁଡା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ -୪୯ ଗାନ୍ଧୀଛକ ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି l ଆଜି ଅପରାହ୍ନ ୧୨ ଟା ୩୦ ରୁ ୧ ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି l ଏକ ଭାରୀଯାନ ଏହି ବୋଲେରୋ କୁ ଧକ୍କା ଦେବାରୁ ଏହାର ଅଗପଟ ସମ୍ପୂର୍ଣ ଭାଙ୍ଗିଯାଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି l ଆହତଙ୍କୁ ଚିକିତ୍ସାଲୟକୁ ପଠାଯାଇଥିବାବେଳେ ସ୍ଥାନୀୟ ଲୋକେ ଏନେଇ ଗାନ୍ଧିଛକ ଫାଣ୍ଡି ପୋଲିସକୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି l