କ୍ରମାଗତ ଦୁଇ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି ଓ ଦାରିଙ୍ଗିବାଡ଼ି। ସର୍ବନିମ୍ନ ତାପମାତ୍ରା 5.4 ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି।ବିଶେଷ କରି ପାହାଡ ଉପରେ ଥିବା ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ନେଇ ଆମେ ପାହାଡ ଉପରେ ଥିବା କଲିନାଯୁ ଗ୍ରାମକୁ ଯାଇ ଆମେ ସେଠାରେ ଥିବା ଅଧିବାସୀ ମାନେ କିପରି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ରହୁଛନ୍ତି ,ତାର ଚିତ୍ର ଗ୍ରାଉଣ୍ଡ ଜିରୋ ରୁ ପରଖି ଥିଲୁ।