ଖଲ୍ଲିକୋଟ୍: ବାରସର, ଚିକିଲି ଓ ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୫୫ ଲିଟର ଦେଶୀମଦ ସହ ବାଇକ ଜବତ, ୩ ଗିରଫ
ଚିକିଲି, ତାଳପଡ଼ା ଓ ବାରସର ରାସ୍ତାରେ ଆଜି ସକାଳ ପ୍ରାୟ ୭ ଟା ରୁ ସନ୍ଧ୍ୟା ୫ ଟା ମଧ୍ୟରେ ଅବକାରୀ ବିଭାଗ ଚଢ଼ାଉ କରି ୫୫ ଲିଟର ଚୋରା ଦେଶୀମଦ ଓ ଗୋଟିଏ ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ୩ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣୀ ତେଜସ୍ଵୀନୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।