ଖଲ୍ଲିକୋଟ୍: ରଣଝାଲି ପଞ୍ଚାୟତ କାର୍ଯ୍ୟାଳୟ ରେ ଆସନ୍ତା କାଲି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ
ଆସନ୍ତା କାଲି ଅର୍ଥାତ 10.11.2025 ରିଖ ସୋମବାର ଦିନ ୧୦ ଟା ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିର ରେ ପୁରୁଷୋତ୍ତମପୁର ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ତହସିଲଦାର ବିନୋଦ କୁମାର ବେହେରା, ଥାନା ଅଧିକାରୀ ରାଜେଶ କୁମାର ନାୟକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ। ତେବେ ଏ ସମ୍ପର୍କରେ ଆଜି ସନ୍ଧ୍ୟା ୫ ଟା ସମୟରେ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।