ଭଟଲି: ପିପଲମୁଣ୍ଡା ଠାରେ ଆଜି ମୋଦୀଜିଙ୍କ ଜନ୍ମଦିନରେ ଆଜି ବୃହତ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ବରଗଡ ଜିଲ୍ଲାପାଳ,ଭଟଲୀ ବିଧାୟକ,ବରଗଡ ବିଧାୟକ ଯୋଗଦଲେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନ ଅବସରରେ ଆଜି ଭଟଲୀ ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଠାରେ ''ମା' ପାଇଁ ଗଛଟିଏ '' ବୃହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି 11 AM ରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡଙ୍ଗୀ ,ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ ପଦ୍ମଶ୍ରୀ ଡ.ହଳଧର ନାଗ ଓ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l