ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଧିନସ୍ଥ ବରଣ୍ଡା ବାହାଲ ଚକ୍ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଥରଲା ଗ୍ରାମର ଝସକେତନ ପଙ୍କ ସୂଚନାନୁସାରେ, ଦୁର୍ଘଟଣାରେ ଗୁରୁତର ହୋଇଥିବା ଝସକେତନଙ୍କୁ ବଲାଙ୍ଗିର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପୁଇଁନ୍ତଲା ପୋଲିସ ତଦନ୍ତ ଆରମ୍ଭ କରି ଭୀମ ଭୋଇ ମେଡ଼ିକାଲ ରେ ବ୍ୟବଚ୍ଛେଦ ସମାପନ ହେଲା ପରେ ମୃତ ଦେହ ପରିବାର ଳୋକଙ୍କୁ ହସ୍ତାନ୍ତର କରିଛି କରିଥିବା ଆଜି ରାତି 7ଟା ସମୟରେ ସୂଚନା ମିଳିଚି।