ଚମ୍ପୁଆ: ରିମୁଳି ନିକଟରେ ହୁଦହୁଦ ହୋଇ ଜଳିଗଲା ହାଇୱା
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥର ରିମୁଳି ନିକଟରେ ଆଜି ଏକ ହାଇୱାରେ ଅଗ୍ନିକାଣ୍ଡ ଘଟି ତାହା ଜଳି ଯାଇଥିବା ଦେଖା ଯାଇଛି। ଫଳରେ ରାସ୍ତାରେ ଗାଡି ଗୁଡିକ ଅଟକି ରହିଥିବା ବେଳେ ଲୋକେ ଧାଁ ଧପଡ କରୁଥିବା ଦେଖା ଯାଇଥିଲା। ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏହା ହୋଇପାରେ ବୋଲି ଆଶଙ୍କା କରାଯାଉଛି।