ସୁନ୍ଦରଗଡ ସହର: ଚକୁଳି ପଡ଼ା ରାଧା କୃଷ୍ଣ ମନ୍ଦିରରେ ପ୍ରଧାନ ମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କରି ଦର୍ଲିପାଲି ମା ମାନେ ଜାଳିଲେ ଦୀପ
ଆଜି ସେପ୍ଟେମ୍ୱର 17 ତାରିଖ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ସାରା ଦେଶରେ ତାଙ୍କ ଜନ୍ମ ଦିନକୁ ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ପାଳନ କରୁଛନ୍ତି। ସେହି କ୍ରମରେ ଆଜି ସାନ୍ଧ୍ୟ 7 ଟାରେ ଲେଫ୍ରିପଡ଼ା ବ୍ଲକ ଦର୍ଲିପାଲିର ମା ମାନେ ଦର୍ଲିପାଲି ଚକୁଳି ପଡ଼ା ସ୍ଥିତ ରାଧା କୃଷ୍ଣ ମନ୍ଦିରରେ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ଜୀବନ କାମନା କରି ଦୀପ ଜାଳି ଛନ୍ତି।