ସମ୍ବଲପୁର ମ୍ୟୁନିସିପାଲଟି: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ହିରାକୁଦ ବନ୍ଧ ଅଞ୍ଚଳ
ଦିଲ୍ଲୀ ବିସ୍ଫୋରଣ ପରେ ହାଇ ଆଲର୍ଟ ରେ ହିରାକୁଦ ବନ୍ଧ ଅଞ୍ଚଳ l କୌଣସି ବି ବିଧ୍ୱଂସକାରୀ କାର୍ଯ୍ୟ ପାଈଁ ଯାଞ୍ଚ ଓ ସାନିଟାଇଜେସନ୍ କାମ ଜୋରସୋରରେ କାର୍ଯ୍ୟ କରୁଛି ପୋଲିସ l ଆଜି ଦିନ ତମାମ ପୋଲିସ ଡଗ ସ୍କ୍ୱାଡ଼ ଓ ବମ ସ୍କ୍ୱାଡ଼ ଧରି ତନ୍ନ ତନ୍ନ ଯାଞ୍ଚ କରିଥିଲେ l ପର୍ଯ୍ୟଟକ ମାନଙ୍କ ଉପରେ କଡା ନଜର ରଖିଛି ପୋଲିସ l ଏନେଇ ଆଜି ଦିନ 3 ଟାରେ ସମ୍ବଲପୁର ପୋଲିସ ସୂଚନା ଦେଇଛି l